ଭୁବନେଶ୍ୱର : ଦିଲ୍ଲୀ ଦରବାରରେ ଓଡ଼ିଶାର ଟେକ ରଖିଛନ୍ତି ଲାଲଗଡ଼ର ଯୁବ ପ୍ରତିଭା । ମାଲକାନଗିରିରେ ରହୁଥିବା ୧୭ବର୍ଷୀୟ ଅଭିଷେକ ବାଗ୍ଚୀ ସର୍ବଭାରତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ 'ଆଲି କ୍ଲବ ଟିନ୍ ଇଣ୍ଡିଆ ୨୦୧୯'ମଡେଲିଂ ପ୍ରତିଯୋଗିତାରେ ଦମଦାର ପ୍ରଦର୍ଶନ କରି ବିଜେତା ବନିଛନ୍ତି । ଗତ ଦୁଇ ମାସ ଧରି ଲାଲଗଡର ଏହି ଯୁବ ପ୍ରତିଭା ଅଭିଷେକ ଦିଲ୍ଲୀରେ ରହି ଗୋଟିଏ ପରେ ଗୋଟିଏ ଇଭେଣ୍ଟ ପାର୍ କରି ଶେଷରେ ବିଜେତା ବନିଛନ୍ତି ।

ପିଲାଟି ଦିନରୁ ନାଚ ଗୀତ ସହ ମଡେଲିଂ ପ୍ରତି ରୁଚି ରଖିଥିଲେ ମାଲକାନଗିରିର ଅଭିଷେକ । ବଡ଼ ହୋଇ ସେଲିବ୍ରିଟି ହେବାକୁ ଇଚ୍ଛା ରଖିଥିବା ଅଭିଷେକ ରାଜଧାନୀ ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢୁଥିବା ସମୟରେ ହିଁ ଆଲି କ୍ଲବର ଟାଇଟଲ୍ ହାତେଇବା ପାଇଁ ଅଡିସନ ଦେବା ଆରମ୍ଭ କରିଥିଲେ । ଆଉ ଧିରେ ଧିରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଶେଷରେ ବିଜେତା ବନିପାରିଛନ୍ତି ଅଭିଷେକ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/68913302_1259583307546358_3683413259274158080_n.jpg)