ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା ମିଳିଲା, ଜେଲରୁ ମୁକୁଳିବା ଲାଗି ପଥ ପରିଷ୍କାର

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ଓ ଓଡ଼ିଶା ଓ ବିଧାନସଭା ପ୍ରତି ଅପମାନ ସୂଚକ ବକ୍ତବ୍ୟ ଦେଇ ଜେଲରେ ଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ରାଜ୍ୟ ସରକାର କ୍ଷମା କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ବିରୋଧରେ ଚାଲିଥିବା ଆପରାଧିକ ମାମଲା ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ସେ ଜେଲରୁ ମୁକୁଳିବା ଲାଗି ପଥ ପରିଷ୍କାର ହୋଇଛି । ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ଓ ଜେଲରୁ ମୁକ୍ତି ପାଇଁ ସେ କିଛି ଦିନ ତଳେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ।

ଏହା ସହିତ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଏହାକୁ ବିଚାରକୁ ନେଇ ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଓଡ଼ିଶା ବିଧାନସଭା ମଧ୍ୟ ତାଙ୍କୁ କ୍ଷମା କରିଦେଇଥିଲା । ଏହା ସହିତ ତାଙ୍କ ବିରୋଧରେ ହୋଇଥିବା ସ୍ବାଧିକାର ଭଙ୍ଗ ମାମଲାକୁ ବି ପ୍ରତ୍ୟାହାର କରି ନିଆଯାଇଥିଲା । ଗୃହ କମିଟି ଆଗରେ ଅଭିଜିତ୍ ନିଃସର୍ତ କ୍ଷମାପ୍ରାର୍ଥନା କରିଥିବା ଦର୍ଶାଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଗୃହରେ ୧୦ ପୃଷ୍ଠା ସମ୍ବଳିତ ରିପୋର୍ଟ ଉପସ୍ଥାପିତ କରିଥିଲେ। ମହାନୁଭବ ପୂର୍ବକ ବିଧାନସଭା ତାଙ୍କୁ କ୍ଷମା ପ୍ରଦାନ କରିବାକୁ ରିପୋର୍ଟରେ ସେ ସୁପାରିସ କରିଥିଲେ। ଗୃହରେ ସର୍ବସମ୍ମତ ଭାବେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର