ରାଜ୍ୟ ଛାତ୍ର ବିଜେଡି କମିଟିରେ କଳାହାଣ୍ଡିକୁ ଗୁରୁତ୍ୱ : ଅବିନାଶ ଠାକୁର ହେଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି

ଭବାନୀପାଟଣା : ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୁନର୍ବିନ୍ୟାସ କରାଯାଇଛି । ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଛାତ୍ର ବିଜେଡି ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ପ୍ରତି ଗୁରୁତ୍ୱ ଦିଆଯାଇଛି । କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କୁ ଏଥର ପଦୋନ୍ନତି କରି ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି । ସହିପରି ବୈଶାଖୀ ନନ୍ଦଙ୍କୁ ଉପ ସଭାପତି, ଅଭିଷେକ ମହାପାତ୍ର ସାଧାରଣ ସମ୍ପାଦକ, ସମ୍ପାଦକ ଭାବେ ଆଶିଷ ମହାପାତ୍ର, ସହ ସମ୍ପାଦକ ଭାବେ ଅମରଦୀପ ସିଂହ, ଜୋନ ସଭାପତି ଭାବେ ଚିରାଗ ସିଂହ ଦେଓ ପ୍ରମୁଖଙ୍କୁ ଦାୟିତ୍ୱ ମିଳିଛି । କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ବହୁ ବର୍ଷ ଧରି ଜିଲ୍ଲା ଛାତ୍ର ରାଜନୀତିରେ ସକ୍ରୀୟ ରହି ଛାତ୍ରମାନଙ୍କୁ କ୍ରିୟାଶୀଳ କରିବାରେ ପ୍ରମୁଖ ଭୁମିକା ନେଇଛନ୍ତି । ସେ ୨୦୦୯ ମସିହାରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୦ ଠାରୁ ଜିଲ୍ଲା ଛାତ୍ର ବିଜେଡି ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ । ତାଙ୍କର ଦଳ ପ୍ରତି ଆନୁଗତ୍ୟ, ଦକ୍ଷତା, ପାରଦର୍ଶିତା ଓ କଠିନ ପରିଶ୍ରମ ଯୋଗୁଁ ଆଜି ପ୍ରଥମ ଥର ପାଇଁ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ପଦ ମିଳି ପାରିଛି । ତାଙ୍କ ନିଯୁକ୍ତି ଖବର ଜାଣିବା ପରେ ଵିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସମ୍ବନ୍ଧିତ ଖବର