ପ୍ରତିଦିନ ପ୍ରାୟ ୯୦ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଉଛି; ନୟାଗଡ଼, ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ଅଧିକ ରୋଗୀ ଆସୁଛନ୍ତି: କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ
ଭୁବନେଶ୍ୱର: କରୋନା ପରେ ଏବେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ | ରାଜଧାନୀ ଭୁବନେଶ୍ୱରରୁ ଏଇ କିଛି ଦିନ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲର ଡେଙ୍ଗୁ ୱାର୍ଡରେ ୩୦ ଜଣ ଡେଙ୍ଗୁ ରୋଗୀଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏଲ.ଡ଼ି ମହାପାତ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ମୁତାବକ, ଡାକ୍ତରଖାନାରେ ପ୍ରତିଦିନ ୮ରୁ ୧୦ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହେଉଛନ୍ତି । ସବୁ ରୋଗୀଙ୍କୁ ଭର୍ତ୍ତି ନକରି ଔଷଧ ଦେଇ ଛାଡି ଦେଉଛୁ । ଯେଉଁ ରୋଗୀମାନଙ୍କର ବ୍ଲଡ଼ ପ୍ଲେଟଲେଟ ୪୦ ହଜାର ତଳକୁ ରହୁଛି ସେମାନଙ୍କୁ ସଙ୍ଗେ ସଙ୍ଗେ ଭର୍ତ୍ତି କରାଯାଉଛି । ତେବେ ଖୁବଶୀଘ୍ର ଡେଙ୍ଗୁ କମିଯିବ ବୋଲି ଆଶା କରାଯାଉଛି। ଯେଉଁ ଅଞ୍ଚଳରେ ଡ୍ରେନେଜ ସିଷ୍ଟମ ଠିକ୍ ନାହିଁ ଓ ଲୋକ ସଚେତନ ନାହାନ୍ତି ସେ ଅଞ୍ଚଳ ଗୁଡ଼ିକରେ ଡେଙ୍ଗୁ ବ୍ୟାପୁଛି । କରୋନା ଓ ଡେଙ୍ଗୁକୁ ନେଇ ଲୋକ ଦ୍ଵନ୍ଦରେ ପଡୁଛନ୍ତି । ତେଣୁ ଲକ୍ଷଣ ଦେଖାଦେଲେ ପ୍ରଥମେ କରୋନା ଟେଷ୍ଟ ଓ ପରେ ଡେଙ୍ଗୁ ଟେଷ୍ଟ କରିବା ଉଚିତ । ନୟାଗଡ଼, ଭୁବନେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ବେଶୀ ରୋଗୀ ଆସୁଛନ୍ତି । ପ୍ରତିଦିନ ପାଖାପାଖି ୯୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଉଛି |