ଦୁଇ ଦିନରେ ୨୦ଡେଙ୍ଗୁ ରୋଗୀ; କଟକରୁ ୭

କଟକ : ଦୁଇଦିନରେ ସାରା ରାଜ୍ୟରେ ଚିହ୍ନଟ ହେଲେଣି ୨୦ଜଣ ଡେଙ୍ଗୁ ରୋଗୀ। ସେଥିରୁ କେବଳ କଟକରୁ ୭ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡରେ ୧୯ଜଣ ଚିକିତ୍ସିତ ହେଉଥିବାବେଳେ ୩ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦୁଇ ଦିନରେ ଏସ୍‌ସିବିରେ ଶହେ ରକ୍ତ ନମୁନା ପରୀକ୍ଷା ହୋଇଥିଲା। କିନ୍ତୁ ଗଲା ଦଶ ଦିନ ଭିତ‌ରେ ଏସ୍‌ସିବିରେ ୫୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଏସ୍‌ସିବିରୁ ମିଳିଥିବା ସୂଚନାନୁଯାୟୀ, ଗଲାକାଲି ଏସ୍‌ସିବିରେ ୬୪ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୧୧ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି। ସେଥିରୁ କଟକରୁ ୬ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁବାର ୩୬ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୯ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର, ଯାଜପୁରରୁ ୩ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବାବେଳେ ଭଦ୍ରକ, କଟକ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକର ବୟାଳିଶମୌଜାରୁ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକରେ ଏହାକୁ ମିଶାଇ ଦଶ ଦିନ ମଧ୍ୟରେ ୧୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୧୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର