ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଆଜି ସୁଦ୍ଧା ରାଜ୍ୟରେ ଜବତ ହେଲାଣି ୩ କୋଟିରୁ ଅଧିକ ଟଙ୍କା, ହଟାଗଲାଣି ୩୬ ଲକ୍ଷରୁ ଅଧିକ ହୋର୍ଡିଂ

ଭୁବନେଶ୍ୱର : ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩୪୪୦ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୫୫୭୬୯ ଜଣଙ୍କୁ ଅଟକ ରଖାଯାଇଛି । ୫୧୯୧ ଗୋଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି । ଲାଇସେନ୍ସ ନଥିବା ୨୩୪ ଟି ଅସ୍ତ୍ରଶସ୍ତ୍ର ଏବଂ ୧୪୩୬.୦୩୨ କିଲୋଗ୍ରାମ ବିସ୍ପୋରକ ଦ୍ରବ୍ୟ ଜବତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପ୍ରାୟ ୧୨୯୯୯୬.୪୫୫ ଲିଟର ମଦ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୫୪ ଲକ୍ଷ ୬୧ ହଜାର ୫୨୯ ଟଙ୍କା ।

ଫ୍ଲାଇଂ ସ୍କ୍ୱାଡ୍ ଓ ପୋଲିସ ଦ୍ୱାରା ଆଜି ପର୍ଯ୍ୟନ୍ତ ସମୁଦାୟ ୩ କୋଟି ୧୨ ଲକ୍ଷ ୨୨ ହଜାର ୨୫୦ ଟଙ୍କା ଜବତ ହୋଇଛି । ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆଜି ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା ୩୬ ଲକ୍ଷ ୨୫ ହଜାର ୪୫୧ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି । ସେହିପରି ଆଜି ସୁଦ୍ଧା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୩ ଲକ୍ଷ ୭ ହଜାର ୯୨୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ମଧ୍ୟ ବାହାର କରିଦିଆଯାଇଛି ।

ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ଟେଲିଫୋନ ନଂ ୦୬୭୪-୨୩୯୫୦୧୫କୁ ବର୍ତ୍ତମାନ ସୁଦ୍ଧା ୮୫୯ଟି କଲ୍ କରାଯାଇ ନିର୍ବାଚନ ସଂପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି । ଆଜି ପର୍ଯ୍ୟନ୍ତ ଭୋଟର ହେଲ୍ପଲାଇନ୍ ନଂ-୧୯୫୦କୁ ସମୁଦାୟ ୧୫୨୦୧ ଟି କଲ୍ କରାଯାଇ ସୂଚନା ମାଧ୍ୟମରେ ଅଭିଯୋଗ ଗ୍ରହଣ ସହ ସମାଧାନ କରାଯାଇଛି । ସି-ଭିଜିଲ୍ ମାଧ୍ୟମରେ ୧୪୧୬ଟି ଅଭିଯୋଗ ମିଳିଥିବାବେଳେ ତନ୍ମଧ୍ୟରୁ ୧୩୫୦ଟି ଅଭିଯୋଗର ସମାଧାନ କରାଯାଇଛି ।

ସମ୍ବନ୍ଧିତ ଖବର