ଭୁବନେଶ୍ବର : ୨୦୧୬-୧୭ରୁ ୨୦୧୯-୨୦(ଜୁନ୍ ୨୫ ଯାଏ) ମସିହା ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ୬୨୨୮ ଜଣ ମୃତ୍ୟୁବରଣ କରିଛନ୍ତି। ଏହି ବିପର୍ଯ୍ୟୟ ମଧ୍ୟରେ ଅଛି ବଜ୍ରପାତ, ଅଗ୍ନିକାଣ୍ଡ, ଅଂଶୁଘାତ, ବାତ୍ୟା, ଘୂର୍ଣ୍ଣିଝଡ଼, ବନ୍ୟା, ଡଙ୍ଗାବୁଡ଼ି, ପାଣି‌େର ବୁଡ଼ିଯିବା ଓ ସାପ କାମୁଡ଼ା। ୨୦୧୬-୧୭ ମସିହାରେ ୧୬୩୫ ଜଣଙ୍କ ଜୀବନ ଯାଇଥିଲା ବେଳେ ୨୦୧୭-୧୮ରେ ୨୨୩୦, ୨୦୧୮-୧୯ରେ ୨୧୭୨, ୨୦୧୯-୨୦ରେ(ଏପ୍ରିଲ୍‌ ୧ରୁ ଜୁନ୍ ୨୫) ୧୯୧ ଜଣ ମୃତ୍ୟୁବରଣ କରିଛନ୍ତି। ବିଧାୟକ ଅଙ୍ଗଦ କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

Advertisment

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ସାପକାମୁଡ଼ାରେ ସର୍ବାଧିକ ୨୨୧୭ ଜଣ ମୃତ୍ୟୁବରଣ କରିଥିଲା ବେଳେ ପାଣିରେ ବୁଡ଼ି ୨୧୩୫ ଓ ବଜ୍ରପାତରେ ୧୨୫୯ ଜଣ ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ମିଳୁଛି। ଅଂଶୁଘାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ଏବଂ ଅନ୍ୟ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ସହାୟତା ଦିଆଯାଉଛି।