ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କୁ ମିଳିଲା ସର୍ବୋଚ୍ଚ ସ୍ଥାନ

ଏବିପି ନ୍ୟୁଜ ସର୍ଭେରେ ନବୀନ ନମ୍ବର ୱାନ

ଭୁବନେଶ୍ୱର: ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି ନବୀନ | ନ୍ୟୁଜ ଚ୍ୟାନେଲ ଏବିପି ନ୍ୟୁଜ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ ସର୍ବୋତ୍ତମ ବୋଲି ଲୋକଙ୍କୁ ପଚରାଯାଇଥିଲା | ଆଉ ଏଥିରେ ୧ ନମ୍ବର ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସର୍ଭେରେ ଶ୍ରେଷ୍ଠ ୩ ମୁଖ୍ୟମନ୍ତ୍ରୀଙ୍କ ନବୀନ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନିଜ ରାଜ୍ୟରେ କମ୍ ଲୋକ ପସନ୍ଦ କରିଛନ୍ତି ବୋଲି ସର୍ଭେରେ ଜଣାପଡିଛି । ନଜର ପକାନ୍ତୁ ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ କେଉଁମାନେ ଅଛନ୍ତି ?

ଶ୍ରେଷ୍ଠ ୧୦
1. ଓଡ଼ିଶା – ନବୀନ ପଟ୍ଟନାୟକ
2. ଦିଲ୍ଲୀ – ଅରବିନ୍ଦ କେଜ୍ରିୱାଲ
3. ଆନ୍ଧ୍ରପ୍ରଦେଶ – ଜଗନମୋହନ ରେଡ୍ଡୀ
4. କେରଳ – ପି ବିଜୟନ
5. ମହାରାଷ୍ଟ୍ର – ଉଦ୍ଧବ ଠାକରେ
6. ଛତିଶଗଡ – ଭୁପେଶ ବାଗେଲ
7. ପଶ୍ଚିମବଙ୍ଗ- ମମତା ବାନାର୍ଜୀ
8. ମଧ୍ୟପ୍ରଦେଶ – ଶିବରାଜ ସିଂ ଚୌହାନ
9. ଗୋଆ – ପ୍ରମୋଦ ସାୱନ୍ତ
10. ଗୁଜୁରାଟ – ବିଜୟ ରୂପାନି

ସୂଚନା ଥାଉ କି ଏବିପି ନ୍ୟୁଜ୍ ପାଇଁ ସି ଭୋଟର ପକ୍ଷରୁ ଏହି ସର୍ଭେ କରାଯାଇଥିଲା | ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଥିଲେ । ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିବାବେଳେ ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଥିଲା |

ସମ୍ବନ୍ଧିତ ଖବର