ତୁଷୁରା/ଦେଓଗାଁ: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ମକୁନ୍ଦପର ପଞ୍ଚାୟତ ରୁଗୁଡ଼ିପାଲି ନିକଟ ଏକ ବିଲରୁ ୯ ମାସ ତଳେ ଜୟନ୍ତୀ ଅମାତ ନାମ୍ନୀ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ସେତେବେଳେ ମୃତ ମହିଳାଙ୍କ ବାପା ଲିଙ୍ଗ ମେର୍ଲି ଝିଅକୁ ତାଙ୍କ ଜ୍ବାଇଁ ଛତାପିପଲ ଗାଁର ଗଜେନ୍ଦ୍ର ଅମାତ ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ପରଠାରୁ ଗଜେନ୍ଦ୍ର କୁଆଡ଼େ ଫେରାର ମାରିଥିଲେ। ଗୁରୁବାର ପୁଇଁନ୍ତଲା-ଛତାପିପଲ ରାସ୍ତାରେ ଗଜେନ୍ଦ୍ର ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାଙ୍କୁ ଗିରଫ କରିଥିଲା। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp