କଟକ: ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଛୁଟିରେ ରହିବା ପଡିଲା ମହଙ୍ଗା | ଏଥିପାଇଁ ଜଣେ ପୁଲିସ ଇନ୍ସପେକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି | ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କର୍ତ୍ତବ୍ୟର ଅବହେଳା ଓ ବିଶୃଙ୍ଖଳା ପ୍ରଦର୍ଶନ କରିବା କାରଣରୁ ଇନିସ୍ପେକ୍ଟର ପ୍ରଫୁଲ୍ଲ କୁମାର ସାହୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ୨୦୧୧ ତାରିଖରେ ଶ୍ରୀ ସାହୁଙ୍କୁ ବଲାଙ୍ଗୀର ବଦଳି କରାଯାଇଥିଲା |

Advertisment

କେନ୍ଦୁଝରରୁ ତାଙ୍କୁ ବଦଳି କରାଯାଇଥିଲେ ବି ସେ ଅସୁସ୍ଥତା କାରଣ ଦର୍ଶାଇ ବଦଳି ସ୍ଥାନରେ ଯୋଗ ଦେଇନଥିଲେ | ତେବେ ନିଜର ଅସୁସ୍ଥତା ଓ ଚିକିତ୍ସା ବାବଦରେ କୌଣସି ଡାକ୍ତରୀ ପ୍ରମାଣ ମଧ୍ୟ ପ୍ରଦାନ କରିନଥିଲେ | ଏହା ପରେ ବାରମ୍ବାର କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲେ ମଧ୍ୟ ସେ ଏଡାଇଯାଇଥିଲେ |

publive-image

ବାରମ୍ବାର ପୁଲିସ ବିଭାଗ ପକ୍ଷରୁ ଚିଠି ପଠାଯାଇଥିଲେ ବି କୌଣସି ଜବାବ ଦେଇନଥିଲେ | ୨୦୧୧ରୁ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନଥିବାରୁ ତାଙ୍କୁ ଓଡିଶା ସର୍ଭିସ କୋଡ଼ ଧାରା ୭୨(୨) ଅନୁସାରେ ଶ୍ରୀ ସାହୁଙ୍କୁ ତତ୍କାଳ ବହିଷ୍କାର କରାଯାଇଛି |