ସ୍କୁଲରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା, ୮୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆପଡ଼ା:  ନୂଆପଡ଼ା ଜିଲ୍ଲାରେ ଖରାଛୁଟି ପରେ ସ୍କୁଲ ଖୋଲିବା ପ୍ରଥମ ଦିନରେ ବହୁ ସ୍କୁଲରେ ଶିକ୍ଷକମାନେ ଅନୁପସ୍ଥିତ ରହିଥିଲେ। ଏନେଇ ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଓ କୋମନା ବ୍ଲକରେ ଅନୁପସ୍ଥିତ ଥିବା ୮୭ ଶିକ୍ଷକଙ୍କୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି।

ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖରାଛୁଟି ପରେ ଚଳିତ ମାସ ୧୭ ତାରିଖ ସ୍କୁଲ ଖୋଲାଯାଇଥିଲା। ଶିକ୍ଷା ବିଭାଗ ପକ୍ଷରୁ ୩୪ ଜଣିଆ କମିଟି ଗଠନ କରାଯାଇ ଉଭୟ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ବହୁ ସ୍କୁଲରେ ଶିକ୍ଷକମାନେ ଅନୁପସ୍ଥିତ ରହିଥିଲେ। ଏହା ପରେ ନୂଆପଡ଼ା ଓ କୋମନା ବ୍ଲକ ଦାୟିତ୍ବରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ କୋମନା ବ୍ଲକର ୩୬ ଜଣ ଶିକ୍ଷକ ଓ ନୂଆପଡ଼ା ବ୍ଲକର ୫୦ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିବା ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର