ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥର ହସନପୁର ଟୋଲପ୍ଲାଜାରେ ଜଣେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡ. ଶମ୍ଭୁନାଥ ରାଉତ ସରକାରୀ ଗାଡ଼ିରେ ଆନନ୍ଦପୁର ଆସୁଥିବାବେଳେ ତାଙ୍କୁ ଟୋଲପ୍ଲାଜା କର୍ମଚାରୀମାନେ ଛାଡ଼ିନଥିଲେ। ସେ ତାଙ୍କ ପରିଚୟପତ୍ର ଦେଖାଇଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ଜଣେ କର୍ମଚାରୀ ତାଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଶ୍ରୀ ରାଉତ ଏ ସମ୍ପର୍କରେ ଏନ୍ଏଚ୍ଏଆଇକୁ ଜଣାଇବେ ବୋଲି କହିଛନ୍ତି।
ଟୋଲ୍ପ୍ଲାଜାରେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର
/sambad/media/post_attachments/wp-content/uploads/2021/02/toll-plaza.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)