ଭବାନୀପାଟଣା : ବିଶ୍ବରେ କରୋନା ଯେଉଭଳି ସଙ୍କଟ ସୃଷ୍ଟି କରିଛି ଏହାର ମୁକାବିଲା ପାଇଁ ସମସ୍ତେ ବଦ୍ଧପରିକର । କରୋନା ମୁକାବିଲାରେ ନିଜକୁ ନିୟୋଜିତ କରିଥିବା ଯୋଦ୍ଧାଙ୍କୁ କଳାହାଣ୍ଡି ଜିଲ୍ଲାଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭବାନୀପାଟଣା ନଗର ଶାଖା ତରଫରୁ ଆଜି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଭବାନୀପାଟଣା ଟାଉନ ଥାନାର ଥାନା ଅଧିକାରୀ,ପୁଲିସ କର୍ମଚାରୀ, ଡାକ୍ତର, ପାରାମେଡିକାଲ ଷ୍ଟାଫ୍ ଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ମୁନିସିପାଲିଟି ଅଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏବିଭିପିର କଳାହାଣ୍ଡି ବିଭାଗ ପ୍ରମୁଖ ଅଶୋକ ସିଂ, ନଗର ସଂପାଦକ ଅମିୟ ଜେନା, ନଗର ସହ ସଂପାଦିକା ଅଙ୍କିତା ପଳାଇ, କାର୍ଯ୍ୟାଳୟ ସଂପାଦକ ପୁରୁଷୋତ୍ତମ ବିଶି,ଶଙ୍କର ପ୍ରଧାନ, ଅଭିଷେକ ନାଏକ,ସମେତ ଅନେକ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହୋଇ ସହଯୋଗ କରିଥିଲେ ।
କରୋନା ଯୋଦ୍ଧାଙ୍କୁ ଏବିଭିପିର ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2020/05/IMG-20200531-WA0034.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)