ମମିତା ମୃତ୍ୟୁ ମାମଲା : ଭୁବନେଶ୍ୱର ରାଜରାସ୍ତାରେ ଏବିଭିପିର ବିକ୍ଷୋଭ

ଭୁବନେଶ୍ୱର: ମମିତା ମେହେର ମୃତ୍ୟୁ ଘଟଣାରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ରାଜମହଲ ଛକରୁ ନବୀନ ନିବାସ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ହୋଇଛି ।

ଘଟଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୁଲିସ । କଳାହାଣ୍ଡି ମହାଲିଙ୍ଗ ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାକୁ ପ୍ରାୟ ମାସେ ବିତିଗଲାଣି । କିନ୍ତୁ ପ୍ରକୃତ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଦଣ୍ଡ ମିଳିନାହିଁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଅଭିଯୋଗ ଆଣିଛି ଏବିଭିପି ।

ସମ୍ବନ୍ଧିତ ଖବର