ସିଏଏକୁ ସମର୍ଥନ ଓ ଏନ୍‌ଆର୍‌ସି ଲାଗୁ ଦାବିରେ ଏବିଭିପିର ଶୋଭାଯାତ୍ରା

ଭୁବନେଶ୍ବର : ନାଗରିକ ସଂଶୋଧନ ଆଇନ ୨୦୧୯କୁ ସମର୍ଥନ ଏବ˚ ରାଜ୍ୟରେ ଏନ୍‌ଆର୍‌ସି ଲାଗୁ ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନେଶ୍ବର ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଉତ୍କଳ ବିଶ୍ବବିଦ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ୭୦ ଫୁଟ୍‌ର ଏକ ତ୍ରିରଙ୍ଗା ଧରି ଗୋଲେଇରେ ରାଲି କରିଥିଲେ। ଏହାସହ ଏନ୍‌ଆର୍‌ସି ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଥିଲେ।

ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କୁହାଯାଇଛି ଯେ ଦୀର୍ଘଦିନ ଧରି ବା˚ଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନରେ ଧାର୍ମିକ ଆଧାରରେ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣ ନେଇଥିବା ସ˚ଖ୍ୟାଲଘୁ ସ˚ପ୍ରଦାୟର ଲୋକମାନଙ୍କ ପାଇଁ ଏହି ଆଇନ ଏକ ବରଦାନ। ଏହି ଆଇନ କୌଣସି ଧର୍ମ ବା ସ˚ପ୍ରଦାୟ ବିରୋଧରେ ନୁହେଁ। ହେଲେ କିଛି ବ୍ୟକ୍ତିବିଶେଷ ନିଜର ଭୋଟ୍‌ ବ୍ୟାଙ୍କ ରାଜନୀତିକୁ ମଜଭୁତ କରିବା ପାଇଁ ତଥା ଦେଶକୁ ବିଭାଜନ ଆଡ଼କୁ ନେବା ପାଇଁ ଯେଭଳି ଭାବେ ଅପପ୍ରଚାର ଚଳାଇଛନ୍ତି, ତାହା ନିନ୍ଦନୀୟ। ଆଜିର ଏହି ଶୋଭାଯାତ୍ରାରେ ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସ˚ଜୟ ମଲ୍ଲିକ, ରାଜ୍ୟ ସହସମ୍ପାଦିକା ସୁଶ୍ରୀ ସଙ୍ଗୀତା ପଣ୍ତା, ରାଜ୍ୟ ସହସମ୍ପାଦକ ରତନ ଦିଗଲ, ଭୁବନେଶ୍ବର ସମ୍ପାଦକ ସମ୍ବିତ ରାଉତ, ସ୍ଥିତିପ୍ରଜ୍ଞା ଦାସ, ସୋମେଶ ଦେ, ଲିନା ନନ୍ଦିତା ପରିଡ଼ା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର