ଭୁବନେଶ୍ୱର : ରାଜ୍ୟରେ ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି। ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକାଙ୍କଠାରୁ ଆରମ୍ଭ କରି ପୁରୀ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ନାରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସମୟରେ ପୁଲିସ୍ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନେବା କଥା, ନେଇନାହିଁ। ପୁଲିସ୍ ନିଜେ ରକ୍ଷକ ହୋଇ ଭକ୍ଷକ ସାଜିବା ଘଟଣାରୁ ସ୍ପଷ୍ଟ ଯେ ରାଜ୍ୟ ସରକାର ନାରୀକୁ ସୁରକ୍ଷା ଦେବାରେ କେତେ ବିଫଳ। ଏହାର ପ୍ରତିବାଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆସନ୍ତା ୭ ତାରିଖରେ ଲୋୟର ପିଏମ୍ଜିଠାରେ ଆନ୍ଦୋଳନ କରାଯିବ। ଏଥିରେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ସାମିଲ ହୋଇ ଆନ୍ଦୋଳନ କରିବେ। ଭୁବନେଶ୍ବର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୋନାଲି ବେହେରା, ମହାନଗର ସହ ସମ୍ପାଦିକା ଶୁଭସ୍ମିତା ସିଂ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ନାରୀଙ୍କ ପ୍ରତି ବଢୁଥିବା ହିଂସାର ପ୍ରତିବାଦ: ୭ରେ ଆନ୍ଦୋଳନକୁ ଓହ୍ଲାଇବ ଏବିଭିପି
/sambad/media/post_attachments/wp-content/uploads/2019/12/abvp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)