ଓଟିଇଟିରେ ତ୍ରୁଟି: ବୋର୍ଡ ଅଫିସ ଘେରାଉ ଧମକ ଦେଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

ଭୁବନେଶ୍ୱର: ଗତ ଅଗଷ୍ଟ ମାସ ୫ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ତାରିଖରେ ଶେଷ ହୋଇଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟିରେ ସାଙ୍ଘାତିକ ତ୍ରୁଟି ଦର୍ଶାଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ ଅଫ୍ ସେକୋଣ୍ଡାରି ଏଜୁକେଶନ୍ )ର ସମ୍ପାଦକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛିି । ଏଥିରେ ଓଟିଇଟି ପରୀକ୍ଷା ସମୟରେ ପ୍ରଶ୍ନପତ୍ରରେ ହୋଇଥିବା ଭାଷା ଜନିତ ତ୍ରୁଟିକୁ ବର୍ତ୍ତମାନ ବୋର୍ଡ ପକ୍ଷରୁ ଆସିଥିବା ଉତ୍ତର ପତ୍ରରେ ପରିମାର୍ଜିତ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏଥିସହିତ ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ ଆସିଥିବା ଉତ୍ତର ପତ୍ରରେ ବହୁ ଭୁଲ୍ ଉତ୍ତର ଥିବା ଯୋଗୁଁ ପରୀକ୍ଷାର୍ଥୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସାଂଗକୁ ଗୋଟେ ପ୍ରଶ୍ନର ପୁନଃ ମୂଲ୍ୟାୟନ ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯିବା ଶିକ୍ଷାର୍ଥୀଙ୍କୁ ମେରୁଦଣ୍ଡକୁ ନୁଆଇଁ ଦେଇଥିବା ଛାତ୍ର ସମାଜ ପକ୍ଷରୁ କୁହାଯାଇଛି । ଯେଉଁ କାରଣକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଏ ସବୁ ଅସୁବିଧାର ତୁରନ୍ତ ସମାଧାନ ଲାଗି ମାଧ୍ୟମିକ ଶିକ୍ଷା ପରିଷଦକୁ ଦାବି ପ୍ରତ୍ର ପ୍ରଦାନ କରାଯାଇଛି ।

ଆସନ୍ତା ୧୩ ତାରିଖ ସୁଦ୍ଧା ଯଦିି ଏହାର କୌଣସି ସରଳ ସମାଧାନ ନ ବାହାର କରାଯାଏ ତେବେ ଏନେଇ ଆସନ୍ତା ୧୪ ତାରିଖରେ ଓଡ଼ିଶାର ହଜାର ହଜାର ଓଟିଇଟି ପରୀକ୍ଷାର୍ଥୀ କଟକସ୍ଥିତ ବୋର୍ଡ ଅଫିସକୁ ଘେରାଉ କରିବେ ବୋଲି ସିଧାସଳଖ ଧମକ ଦିଆଯାଇଛି ।

ସମ୍ବନ୍ଧିତ ଖବର