ସମ୍ବଲପୁର: ରାଜ୍ୟରେ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ପଦ ଖାଲି ପଡ଼ିଛି। ଛାତ୍ର ସଂସଦ ନିର୍ବାଚନକୁ ଜାଣିଶୁଣି ବନ୍ଦ କରିଦିଆଯାଇଛି। ଏଭଳି ଅନେକ ଅବ୍ୟବସ୍ଥା ଘେରରେ ଶିକ୍ଷା ବିଭାଗ ରହିଥିବା ଅଭିଯୋଗ ଆଣିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଶିକ୍ଷା କ୍ଷେତ୍ରରେ ଥିବା ଅବ୍ୟବସ୍ଥା ଓ ସ୍ଥାନୀୟ ନିଯୁକ୍ତି ଭଳି ବିଭିନ୍ନ ଆଞ୍ଚଳିକ ସମସ୍ୟାକୁ ନେଇ ଏବିଭିପି ଆସନ୍ତା ଜାନୁଆରିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ। ଜାନୟାରୀ ୧୨ ତାରିଖରୁ ୩୦ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲା ପ୍ରଶାସନମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୁଧବାର ରାଜ୍ୟ ସହ ସମ୍ପାଦକ ଶ୍ଵେତାଂଶୁ ବରାଇ କହିଛନ୍ତି।
ଯଦି ରାଜ୍ୟ ସରକାର ଏସବୁକୁ କ୍ଷେତ୍ରରେ ସୁଦାର ଆଣିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରନ୍ତି ନାହିଁ, ତେବେ ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/14-23.jpg)