ସମ୍ବଲପୁର : ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତକୁ ଏବିଭିପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଛାତ୍ରଛାତ୍ରୀଙ୍କ ଅନିଚ୍ଛା ସତ୍ତ୍ବେ ଜବରଦସ୍ତି ସେମାନଙ୍କୁ ବସ୍‌ ଯୋଗେ ନେବାକୁ କଲେଜ୍‌ କର୍ତ୍ତୃପକ୍ଷ ଚାପ ପକାଉଛନ୍ତି ବୋଲି ଏବିଭିପି ଅଭିଯୋଗ ଆଣିଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଉତ୍ତରଦାୟୀ କିଏ ନେବ ବୋଲି ଏବିଭିପି ପ୍ରଶ୍ନ କରିବା ସହ ଏ ନେଇ ଏକ ଦାବିପତ୍ର ଉତ୍ତରାଞ୍ଚଳ ରାଜସ୍ବ କମିସନର୍‌ଙ୍କୁ ପ୍ରଦାନ କରିଛି।

Advertisment

ଏକ ପ୍ରତିନିଧି ଦଳ ଶୁକ୍ରବାର ଏହି ଦାବିପତ୍ର ପ୍ରଦାନ କରିବା ସହ କଲେଜ୍‌ କ୍ୟାମ୍ପସ୍‌ ଓ ଛାତ୍ରଛାତ୍ରୀଙ୍କୁ ଏଥିରୁ ଦୂରେଇ ରଖିବାକୁ ନିବେଦନ କରିଛନ୍ତି। ଶ୍ବେତାଂଶୁ ବରାଇ, ଯଶବର୍ଦ୍ଧନ ତିଵାରୀ, ଗିରଶ ବେହେରା, ଶୁଭମ ମିଶ୍ର, ଅମନ ଦାଶ, ପ୍ରିୟାଂଶୁ ମେହେର, ନିତେଶ ପାଣିଗ୍ରାହୀ, ସୁବ୍ରତ କୁମ୍ଭାର, ସୀମରନ୍‌ ପ୍ରଧାନ, ପ୍ରତୀକ୍ଷା ସାହୁ, ଆଞ୍ଚଲ ନାଏକ, ଜୟ ସେଵରୀ, ନଗେନ ରାଉତ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।