୪ଟି ଟ୍ରେନ୍ରେ ଗୋଟିଏ ଲେଖାଏ ଏସି-୩ ଟାୟାରର ସଂଯୋଗ
ଭୁବନେଶ୍ବର : ପଶ୍ଚିମ ଭାରତକୁ ଓ କୋଲକାତାକୁ ଯାତ୍ରା କରୁଥିବା ପୁରୀ-ଅହମଦାବାଦ, ପୁରୀ-ଓଖା, ପୁରୀ-ଆଜମେର ଓ ପୁରୀ-ଶାଲିମାର ଏକ୍ସପ୍ରେସ ଟ୍ରେନ୍ଗୁଡ଼ିକରେ ଯାତ୍ରୀ ଭିଡ଼କୁ ଦୃଷ୍ଟିର ରଖି ଗୋଟିଏ ଲେଖାଏଁ ଅତିରିକ୍ତ ଏସି-୩ ଟାୟାର କୋଚ୍ର ସ୍ଥାୟୀ ସଂଯୋଗ ପାଇଁ ରେଳବାଇ ପକ୍ଷରୁ ସ୍ଥିର ହୋଇଛି। ପୁରୀ-ଅହମଦାବାଦ-ପୁରୀ ଏକ୍ସପ୍ରେସ(୧୨୮୪୩/୧୨୮୪୪)ରେ ପୁରୀଠାରୁ ଚଳିତ ମାସ ୧୮ ତାରିଖରୁ ଓ ଅହମ୍ମଦାବାଦରୁ ଚଳିତ ମାସ ୨୦ ତାରିଖରୁ, ପୁରୀ-ଓଖା-ପୁରୀ ଏକ୍ସପ୍ରେସ(୧୮୪୦୧/୧୮୪୦୨)ରେ ପୁରୀଠାରୁ ୨୧ ତାରିଖରୁ ଓ ଓଖାଠାରୁ ୨୪ ତାରିଖରୁ, ପୁରୀ-ସାଲିମାର-ପୁରୀ ଏକ୍ସପ୍ରେସ(୨୨୮୩୬/୨୨୮୩୫)ରେ ପୁରୀଠାରୁ ୨୩ ତାରିଖରୁ ଓ ସାଲିମାରଠାରୁ ୨୪ ତାରିଖରୁ ଓ ପୁରୀ-ଆଜମେର-ପୁରୀ ଏକ୍ସପ୍ରେସ(୧୮୪୨୧/୧୮୪୧୨)ରେ ପୁରୀଠାରୁ ୨୨ ତାରିଖରୁ ଓ ଆଜମେରଠାରୁ ୨୬ ତାରିଖରୁ ପ୍ରତ୍ୟେକରେ ଗୋଟିଏ ଲେଖାଏ ଅତିରିକ୍ତ ଏସି-୩ ଟାୟାର କୋଚ୍ର ସ୍ଥାୟୀ ସଂଯୋଗ କରାଯାଇ ଚଳାଚଳ କରିବ। ପରିବର୍ତ୍ତିତ ଗଠନରେ ଏହି ଟ୍ରେନ୍ଗୁଡ଼ିକ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି-୩ ଟାୟାର, ୯ଟି ସ୍ଲିପର କ୍ଲାସ, ୬ଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ୍, ଦୁଇଟି ଗାର୍ଡ, ଲଗେଜ ଓ ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଓ ଗୋଟିଏ ପ୍ୟାଣ୍ଟ୍ରି କାର୍ କୋଚ୍ ଉପଲବ୍ଧ ହେବ।