ଓଡ଼ିଶାରେ ପ୍ରଥମ ଘଟଣା: ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଅଫିସରୁ ବିଭିନ୍ନ ସାମଗ୍ରୀ ଜବତ

ଭୁବନେଶ୍ବର:  ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଘରୋଇ ସଂସ୍ଥାର ବକେୟା ୧୨୦ ଟଙ୍କା ପଇଠ କରୁ ନଥିବା ଯୋଗୁ ଖୋର୍ଦ୍ଧା ବାଣିଜ୍ୟକର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ କର୍ମଚାରୀମାନେ ନିର୍ମାଣ ସୌଧରୁ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି।
ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଉପରେ ଏଲ ଏନ ଟିର ୧୨୦ କୋଟି ଟଙ୍କା ବାକି ପଡ଼ିଛି। ୨୦୦୪ରେ ସମ୍ବଲପୁରରୁ ରାଉରକେଲା ଯାଏ କରାଯାଇଥିବା ରାଜପଥ ନିର୍ମାଣ ପାଇଁ ଏଲ ଏନ ଟିକୁ ୨୦ କୋଟି ଟଙ୍କା ଆର ଆଣ୍ଡ ବି ବିଭାଗ ଦେବା ପାଇଁ ଫଇସଲା ହୋଇଥିଲା । କିନ୍ତୁ ଟଙ୍କା ନ ଦେବା ପାଇଁ ସରକାର ଜିଲ୍ଲା ଜଜଙ୍କଠାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। ହେଲେ ସୁପ୍ରିମକୋର୍ଟ ମାମଲା ଖାରଜ କରିଥିଲେ।

ସୁଧ ମୂଳ ମିଶି ୧୨୦ କୋଟି ହେବା ପରେ ମଧ୍ୟ ସରକାର ଟଙ୍କା ନ ଦେବାରୁ ଖୋର୍ଦ୍ଧା ବାଣିଜ୍ୟକର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ କର୍ମଚାରୀମାନେ ନିର୍ମାଣ ସୌଧକୁ ଆସି ୯ଟି ଏ ସି , ୧୮ଟି କମ୍ପ୍ୟୁଟର , ୧୫ଟି ଆଲମିରା ଓ ୯ଟି ଟେବୁଲ ଜବତ କରିଛନ୍ତି। ରାତି ୨ଟା ସୁଦ୍ଧା ଏସବୁ ସାମଗ୍ରୀ ଜବତ କରାଯାଇଛି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର