ଉଚ୍ଚ ଶିକ୍ଷାନୁଷ୍ଠାନ ଲାଗି ଘୁଞ୍ଚିପାରେ ଶିକ୍ଷାବର୍ଷ

ଭୁବନେଶ୍ବର : କରୋନା କଟକଣା ମଧ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନିର୍ଦେଶାବଳୀ ଆସିବା ପରେ ରାଜ୍ୟର କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ କଲେଜ ଓ ବିଶ୍ୱବିଦ୍ୟାଳୟ ଆଜି ନ ହେଲେ ଦିନେ ନା ଦିନେ ଖୋଲିବ। ବିଳମ୍ବ ମଧ୍ୟ ହୋଇପାରେ। ଏଥିପାଇଁ ଶିକ୍ଷାବର୍ଷ ଘୁଞ୍ଚାଯିବ। ହେଲେ ଶିକ୍ଷାବର୍ଷ ବାତିଲ କରିବା ସମ୍ଭବପର ନୁହେଁ। ସାରା ଦେଶରେ ସମସ୍ତ ରାଜ୍ୟ ସରକାର ଯଦି ମିଶିକି ଏ କଥା ଉପରେ ବିଚାର କରିବେ ତେବେ କିଛି ହୋଇପାରେ। ମାତ୍ର ଶିକ୍ଷାବର୍ଷ ବାତିଲ ଏକ ବହୁତ ବଡ଼ ନିଷ୍ପତ୍ତି। ଯଦି ଶିକ୍ଷାବର୍ଷ ବାତିଲ ହେଉଛି ତା’ହେଲେ ଆମ ଛାତ୍ରଛାତ୍ରୀ କ୍ଷତି ସହିବେ। ତେଣୁ ସବୁ ଆଡ଼ୁ ବିଚାର କରି କଲେଜ, ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ଖୋଲିବା ନେଇ ଆଲୋଚନା ହେଉଛି। ରାଜ୍ୟ ସରକାର ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ସମ୍ବନ୍ଧିତ ଖବର