ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଭାଗବାନପୁରର ଲୁଚାପଲି ଛକରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ ଧକ୍କାରେ ଜଣେ ୩୩ ବର୍ଷିଅ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ମନୋଜ ଦେହୁରୀ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ବସ ଟିର ନା ଶୁଭଶ୍ରୀ । ବସଟି ପୂଜା ସାରି ଜୋରନ୍ଦାରୁ ଢେଙ୍କାନାଳ ଆସୁ ଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ବସଟି ଦୁର୍ଘଟଣା ଘଟାଇ ପୁଣି ଗାଡି ବୁଲାଇ ଜୋରନ୍ଦା ଅଭିମୁଖେ ଫେରାର ହୋଇ ଯାଉଥିବା ବେଳେ ଟାଉନ ପୋଲିସ ଖବର ପାଇ ବସକୁ ପିଛା କରି ବସଟିକୁ ଜବତ କରିଛି। ଏହା ସହିତ ବସର ଡ୍ରାଇଭର ଅନ୍ତର୍ଯାମୀ ଙ୍କୁ ଜୋରନ୍ଦା ଥାନାରେ ଅଟକ ରଖାଯାଇଛି। ଏପଟେ ଘଟଣା ପରେ ତୁରନ୍ତ ଟାଉନ ଥାନା ଅଧିକାରୀ ଜ୍ଞାନ ରଂଞ୍ଜନ ସାମଲ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମୃତ ଶରୀରକୁ ଜିଲା ଚିକିତ୍ସାଳୟ ରେ ଭର୍ତି କରିଛନ୍ତି।
ଢେଙ୍କାନାଳ: ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2019/10/BlueStacks_ScreenShot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)