ପାରାଦୀପ ଟର୍ମିନାଲ ଛକରେ ଦୁର୍ଘଟଣା, ମାଛ ବ୍ୟବସାୟୀ ମୃତ

ଜଗତ୍‌ସିଂହପୁର:ପାରାଦୀପ ଟର୍ମିନାଲ ଛକରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମାଛ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୁଜଙ୍ଗ ଚଟୁଆ ପୋଖରିଆପଡାର ଅଜୟ ଦାସ। ସେ ଆଜି ସକାଳୁ ପାରାଦୀପ ମାଛ ଧରା ବନ୍ଦର ମଧ୍ୟରୁ ମାଛ ଆଣି ବ୍ୟବସାୟ ନିମନ୍ତେ ନିଜ ଗ୍ରାମକୁ ଫେରୁଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଟର୍ମିନାଲ ଛକରେ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ପାରାଦୀପ ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଟ୍ରକ୍‌ଟିକୁ ଜବତ କରିଛି।  ଡ୍ରାଇଭର୍ ଘଟଣାସ୍ଥଳରୁ କେଉଁଆଡ଼େ ଫେରାର୍ ହୋଇଯାଇଛି। ବନ୍ଦରକୁ ଆସିଥିବା ରାସ୍ତାରେ ବଡ଼ ବଡ଼ ଖାଲ ଥିବା ଓ ବର୍ଷା ପାଣିରେ ବୁଡି ତାହା ଦେଖାଯାଉ ନ ଥିବା ହେତୁ ଏଭଲି ଦୁର୍ଘଟଣା ବାରମ୍ବାର ଘଟୁଥିବା କୁହାଯାଉଛି। ରାସ୍ତା ଅବସ୍ଥା ଅନେକ ସମୟରେ ଅତି ଶୋଚନୀୟ ହୋଇ ପଡ଼ିଥିବାରୁ କର୍ତ୍ତୁପକ୍ଷ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛିି।

ସମ୍ବନ୍ଧିତ ଖବର