ଫୁଲବାଣୀ: ଗଛକୁ ପିଟିଲା ବାଇକ ଜଣେ ମୃତ,୨ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ରାସ୍ତାରେ ଆଜି ସଂଧ୍ୟାରେ ଏକ ଗଛରେ ବାଇକ ପିଟି ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ବାଲନ୍ଦାପଡାର ରତନ ମୁଖୀ। ଆହତ ୨ ଯୁବକ ହେଲେ ସୁରେନ୍ଦ୍ର ବେହେରା ଓ ବୃନ୍ଦାବନ ବେହେରା। ୩ ଜଣ ଫିରିଙ୍ଗିଆ ଥାନା ରତଙ୍ଗ ଶିବମନ୍ଦିରକୁ ଯାଇ ବାଲନ୍ଦାପଡାକୁ ବାଇକରେ ଫେରୁଥିଲେ। ଫେରିବା ବାଟରେ ଏକ ଗଛରେ ବାଇକଟି ପିଟି ହୋଇଥିଲା। ଘଟଣାସ୍ଥଳରେ ରତନର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର