ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍: ଜଣେ ମୃତ, ୭ ଶ୍ରମିକ ଆହତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁରୁ  ଝାଡ଼ଖଣ୍ଡ ଓଡଗାଁ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡ଼ିଛି l ଏହାଫଳରେ ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ଅନ୍ୟ ସାତ ଶ୍ରମିକ ଆହତ ହୋଇଛନ୍ତି l ଆହତମାନଙ୍କୁ ପ୍ରଥମେ ହାତିବାରୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

ମୃତକ ଜଣକ ହେଲେ ନୂଆଗାଁର ସାମଲ ଳୁଗୁନ (୩୦)l ଆହତମାନେ ହେଲେ ନୂଆଗାଁର ମହେଶ ଳୁଗୁନ,ମଙ୍ଗଳ ଳୁଗୁନ, ସଲ ଳୁଗୁନ,ସୁରେଶ ଲୁଗୁନ,ରାହୁଲ ସାହୁ,ଲେଥା ହେମ୍ବ୍ରମ,ସତୀଶ ତେଲ l ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଛି l

ହାତୀବାରୀ ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଆଜି ସକାଳ ପ୍ରାୟ ଦଶଟାରେ ନୂଆଗାଁ ମାର୍କେଟରୁ ସିମେଣ୍ଟ ବୋଝେଇ ଟ୍ରକ ଝାଡ଼ଖଣ୍ଡ ଓଡଗାଁ ଅଭିମୁଖେ ବାହାରିଥିଲା l ଘଣ୍ଟାକ ପରେ ପୁରୁଣାପାଣି ଦେଓନଦୀ ଗୋଟିଟାଙ୍ଗର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ସିମେଣ୍ଟ ବସ୍ତା ତଳେ ଚାପି ହୋଇ ରହି ଯାଇଥିଲେ l ସ୍ଥାନୀୟ ଲୋକ ସମସ୍ତ ଶ୍ରମିକଙ୍କୁ ସିମେଣ୍ଟ ବସ୍ତା ତଳୁ ଉଦ୍ଧାର କରିଥିଲେ l

ସମ୍ବନ୍ଧିତ ଖବର