ବାଇକକୁ ଧକ୍କା ଦେଲା ଟ୍ରକ୍, ଆରୋହୀଙ୍କ ମୃତ୍ୟୁ

ଜଗତସିଂହପୁର: କଟକ-ପାରାଦୀପ ରାସ୍ତାରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ଟ୍ରକ୍ ଧକ୍କା ଦେବା ଫଳରେ ଆରୋହୀଙ୍କ ପ୍ରାଣହାନି ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ତିର୍ତ୍ତୋଲ ଥାନା ନିକଟସ୍ଥ ଜଇପୁର ହାଟ ନିକଟରେ ଏକ ବାଇକକୁ ଟ୍ରକଟି ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଥାନା କୁର୍ତ।ଙ୍ଗ ଗାଁର ମାନସ ରଞ୍ଜନ ଭୂୟାଁ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ରଘୁନାଥପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର