ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗ୍ରାମର ଘୁରୁଡିଆନାଳ ପୋଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣଙ୍କ ହେଲେ କ୍ଷେତ୍ରାମୁଣ୍ଡା ସାହିର ଶ୍ୟାମ ମୁଣ୍ଡା(୬୨) ଓ ଆହତ ଜଣକ ପିଣ୍ଟୁ ମୁଣ୍ଡା(୩୫)।ଉଭୟ ଓଆର ୧୯ ଏଲ ୭୪୮୫ ନମ୍ବର ବିଶିଷ୍ଟ ଏକ ପଲସର୍ ବାଇକରେ ଟାପସରୁଆରୁ କରଦାଙ୍ଗି ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହାଫଳରେ ଶ୍ୟାମ ମୁଣ୍ଡାଙ୍କର ପ୍ରାଣହାନି ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ପିଣ୍ଟୁ ମୁଣ୍ଡାଙ୍କୁ ତେଲକୋଇ ଡାକ୍ତରଖାନାକୁ ପଠାଇଥିଲେ।

 

ସମ୍ବନ୍ଧିତ ଖବର