ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଭାଲୁଚୂଅାଁ ଗାଁର ଉମେଶ ନାଏକ (୨୦)ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ସହ ବାଇକ୍ (ଓଆର ୧୫କ୍ୟୁ ୪୫୮୬)ରେ ଆସୁଥିବା ଚୂଡ଼ାପୁଡ଼ୁଗ ଗାଁର ଆଉ ଜଣେ ଯୁବକ ରମେଶ ପାତ୍ର (୨୬) ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବୌଦ୍ଧ ପଟୁ ସେମାନେ ମଂଗଳବାର ଭୋର ସାଢ଼େ ୫ଟା ସମୟରେ ରେଢ଼ାଖୋଲ ଅଭିମୁଖେ ଆସୁଥିଲେ। ପଣ୍ଡକିମାଲ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘର୍ଟଣାଗ୍ରସ୍ତ ହେବାରୁ ଉଭୟଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତର ଉମେଶଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ରମେଶଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଦୁର୍ଘଟଣାରେ ଜଣେ ମୃତ, ଜଣେ ବୁର୍ଲା ମେଡିକାଲରେ ଭର୍ତ୍ତି
/sambad/media/post_attachments/wp-content/uploads/2018/01/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)