ମାରୁତି ଭ୍ୟାନକୁ ଧକ୍କା ଦେଲା ଟ୍ରକ:  ଦୁଇ ମୃତ, ଦୁଇ ଗୁରୁତର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ଥାନା ଅନ୍ତର୍ଗତ ସୁଖା ବନ୍ଧ ନିକଟରେ ଏକ ମାରୁତି ଭ୍ୟାନକୁ ଏକ ଟ୍ରକ ଧକ୍କା ଦେଇଛି l ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଜଣେ ୧୩ ବର୍ଷର ବାଳକ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ଏହା ସହ ଏହି ଦୁର୍ଘଟଣାର ଶିକାର ହୋଇ ଅନ୍ୟ ଦୁଇ ଗୁରୁତର ଆହତ ହୋଇଛନ୍ତି l ଆହତଙ୍କୁ ଲହୁଣିପଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ରାଉରକେଲା ଆଇଜିଏଚ୍ ଡାକ୍ତରଖାନାକୁ ପଠା ଯାଇଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ହେମଲତା ପାତ୍ର ଏବଂ ନରୋତ୍ତମ ପାତ୍ର। ଏମାନେ ସମସ୍ତେ ଲମସି ଗ୍ରାମର ବାସିନ୍ଦା ବୋଲି ଜଣା ପଡ଼ିଛି l

ସୂଚନା ମୁତାବକ, ଲମସି ଗ୍ରାମରୁ ଏକ ବିଷ ପିଇଥିବା ବ୍ୟକ୍ତିକୁ ଲହୁଣିପଡ଼ା ଡାକ୍ତରଖାନାକୁ ଆଣୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ଦୁର୍ଘଟଣା ଘଟାଇ ଟ୍ରକ ଫେରାର୍ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର