ବୌଦ୍ଧ: ଅନୁଗୁଳ ଜିଲ୍ଲାର କିଆକଟା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି । ରାସ୍ତାକଡ଼ରେ ଠିଆ ହୋଇଥିବା ଇନୋଭା ଗାଡ଼ିକୁ ପିଟିଲା ଯାତ୍ରୀବାହୀ ବସ୍ । ଇନୋଭାରେ ଥିବା ୨ ଯାତ୍ରୀ ଘଟଣା ସ୍ଥଳରେ ମୃତ ଏବଂ ବସରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୬ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨୪ ଜଣଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବୌଦ୍ଧ-ରେଢ଼ାଖୋଲ ରାସ୍ତାସ୍ଥିତ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରାତି ପ୍ରାୟ ଗୋଟାଏ ସମୟରେ ବଲାଙ୍ଗୀର ଅଂଚଳର ଏକ ଇନୋଭା କାର୍( ଓଡି୦୩ ଜି-୨୨୫୫) ରେଢାଖୋଲ୍ – ବୌଦ୍ଧ ରାସ୍ତାର କିଆକଟା ଛକ ନିକଟରେ ରାସ୍ତା କଡରେ ରଖି ଯାତ୍ରୀମାନେ ପରିସ୍ରା କରିବାକୁ ଯାଇଥିବା ବେଳେ ହୀରାକୁଦରୁ ବ୍ରହ୍ମପୁର ଯାଉଥିବା ବୃନ୍ଦାବନ ନାମକ ଘରୋଇ ଯାତ୍ରୀ ବାହୀ ବସ୍ (ଓଡ଼ି ୦୨ ଏ କେ-୮୧୮୮) ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Two-Dies-on-Accident-in-Boudh_Thumbnail_2.jpg)