ଦୁର୍ଘଟଣା ନେଲା ୨ ଜୀବନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରୁ ୧୨ କିମି ଦୂର ବାଲିପୋଷି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ମଟର ସାଇକେଲ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ଭଣ୍ଡା ନିକଟସ୍ଥ ରରୁଆଁଗୁଡାର ନାନ୍ଦୁରାମ ନାଏକ (୩୭) ଓ ତାଙ୍କ ପୁତୁରା କ୍ଷିତୀଶ ନାଏକ (୨୫) ଏକ ବାଇକ ଯୋଗେ ଠାକୁରମୁଣ୍ଡା ବ୍ଲକ ନିକଟସ୍ଥ ଦିଗିଧର ଗ୍ରାମକୁ ବରଯାତ୍ରୀ ଭାବେ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏହା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇ ଠାକୁରମୁଣ୍ଡା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର ଏକ ବୋଲର ଯୋଗେ ପଠାଇଥିଲେ। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଘଟଣା ପରେ ବିବାହ ଉତ୍ସବ ଫିକା ପଡିଯାଇଥିବା ବେଳେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର