ଦାନଗଦି: ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ରାମ୍ପିଲୋ ନିକଟରେ ଏକ ଗଛରେ ବାଇକ୍ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ଦାନଗଦୀ ବ୍ଲକ ରଣାଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାରାଖାଇ ଗ୍ରାମର ତ୍ରିଲୋକ ପେରାଇଙ୍କ ପୁଅ ପ୍ରକାଶ (୪୦) ଓ ତାଙ୍କ ସାଙ୍ଗ ରାମଚନ୍ଦ୍ରପୁର ଥାନା ନୂଆମାଳିଆ ଗ୍ରାମର ବାଦଶା ମଲିକଙ୍କ ପୁଅ ବିଦ୍ୟାଧର (୩୫) ଏକ ବାଇକରେ ଗାଡିର କିସ୍ତି ଦେବା ପାଇଁ ଦାନଗଦିକୁ ଆସିଥିଲେ। ସଂଧ୍ୟାରେ ଫେରିବା ବେଳେ ରାମ୍ପିଲୋ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟ ଘଟିଥିଲା। ଦାନଗଦି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)