ପୁଲିସ ଗାଡିକୁ ପିଟିଲା ଟ୍ରକ: ୨ ମୃତ

ବୌଦ୍ଧ/ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ  ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଧ କମଳପୁର ଛକ ନିକଟରେ ବୁଧବାର ଭୋର ୫ଟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବୋଲେରୋକୁ ଟ୍ରକ ପିଟିଦେବାରୁ ଗାଡି ଦୁଇଟି ଚୂରମାର ହୋଇଯାଇଛି। ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭର ପ୍ରଶାନ୍ତ ରଣା ଓ ବାଉଁଶୁଣି ଥାନାର ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ, କଟକରେ ଏକ ରେସକ୍ୟୁ ଅପରେଶନରେ ଯୋଗଦେବାକୁ ଯାଇଥିଲେ ବାଉଁଶୁଣି ଥାନାର ଏଏସଆଇ ନାଗରାଜ ପ୍ରଧାନ ଓ ଗୃହରକ୍ଷୀ ସୁଶାନ୍ତ ସାହୁ ଏବଂ ‌ଜଗନ୍ନାଥ ମେହେର। ସେଠାରୁ ଏକ ପ୍ରାଇଭେଟ ବୋଲେରୋରେ ସେମାନେ ବାଉଁଶୁଣି ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବୋଲେରୋକୁ ଧକ୍କା ଦେଇଥିଲା। ଗୁରୁତର ଏଏସଆଇ ନାଗରାଜ ପ୍ରଧାନ ଓ ହୋମଗାର୍ଡ ସୁଶାନ୍ତଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। । ଘଟଣା ସ୍ଥଳରେ ଜହ୍ନ।ପଙ୍କ ଫାଣ୍ଡି ଅଧିକାରୀ କୁମୁଦ ଚନ୍ଦ୍ର ଭୋଇ ଓ ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର