ତିହିଡି: ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଗୋଳାପୋଖରୀ ଛକ ଠାରେ ଶଳା ବାହାଘରରେ ଶୋଭାଯାତ୍ରାରେ ଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁଇ ଭିଣୋଇଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ତିହିଡି ଥାନା ଅଧିନ ପାଳିଆବିନ୍ଧା ପଞ୍ଚାୟତ ଜିଝାରପୁର ଗ୍ରାମର ଦୀନବନ୍ଧୁ ମିଶ୍ରଙ୍କ ପୁଅ କଦମ୍ବବନ୍ଧୁ ଆର୍ଯ୍ୟଭଟ୍ଟ ମିଶ୍ର(୪୨) ଓ ଭଦ୍ରକ ନରିପୁର ଅସ୍ଥଳ ଗାଁର ନରେଶ ଦାସଙ୍କ ପୁଅ ରମେଶ ଦାସ(୩୮)। ଗତକାଲି ରାତି ପ୍ରାୟ ୧୦ରେ ବରଯାତ୍ରୀମାନଙ୍କ ସହ ଶୋଭାଯାତ୍ରାରେ ଘେଣ୍ଟଶ୍ବରକୁ ଯିବା ସମୟରେ ଗୋଳାପୋଖରୀ ଛକ ଠାରେ ଅପରଦିଗରୁ ଏକ ବୋଲେରୋ ଆସି ଦୁଇ ସଢ଼ୁଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସ୍ଥଳରେ ରମେଶଙ୍କ ମୃତ୍ୟୁ ଘଟିଥିଲା। କଦମ୍ବବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ନିଆଯିବା ବାଟରେ ମୃତ୍ୟୁ ହୋଇଥିଲା। ରମେଶଙ୍କ ପୁୁତୁରା ବାଣେଶ୍ବରୀ ଦାସଙ୍କ ଏତଲାକ୍ରମେ ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ୍ କରିବା ସହ ଚାଳକ ସ୍ଥାନୀୟ ବଡଗାଲୋ ଗାଁର କିଶୋର ପାଢୀ ଓରଫ୍ ବାବୁଲାକୁ ଗିରଫ କରିଛି। ଦୁର୍ଘଟଣାକୁ ନେଇ ଆଜି ଦିନ ପ୍ରାୟ ୧୨ଟାରେ ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଉତ୍ତ୍ୟକ୍ତ ଲୋକମାନେ ଗୋଳାପୋଖରୀରେ ଅବରୋଧ କରିଥିଲେ। ପରେ ପୁଲିସ ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଶଳା ବାହାଘରରେ ଦୁଇ ଭିେଣାଇ ମୃତ
/sambad/media/post_attachments/wp-content/uploads/2019/04/Road-Accident-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)