ସମ୍ବଲପୁର: ଜାତୀୟ ରାଜପଥ- ୫୫ରେ ସମ୍ବଲପୁର ନିକଟବର୍ତ୍ତୀ ଯୁଜୁମୁରାଠାରେ ଆଜି ଭୋର ସାଢ଼େ ୪ଟା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଟିଯାକ ଗାଡ଼ିରେ ନିଆଁ ଲାଗିଯିବାରୁ ୨ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି।

Advertisment

publive-image
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସାଢ଼େ ୪ଟା ବେଳେ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଥାନା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର(ଓଡି-୦୫ ଏଚ୍-୧୦୯୯) ସମ୍ବଲପୁର ପଟୁ କଟକ ଅଭିମୁଖେ ଯାଉଥିଲା। ଅପରପକ୍ଷରେ ଟ୍ରକ୍ (ସିଜି-୧୩ ଏବି-୭୬୯୯) ବିପରୀତ ଦିଗରୁ ଆସୁଥିଲା।

publive-imageଦୁଇ ଗାଡ଼ି ମଧ୍ୟରେ ମହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଏହାପରେ ଗାଡ଼ି ଭିତରେ ଥିବା ଦୁଇ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି। ତେବେ ଦୁଇଜଣ ନା ତା’ଠାରୁ ଅଧିକ ଲୋକ ଏଥିରେ ଜଳିଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏହାପରେ ସେଠାରେ ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଜାମ୍ ହୋଇଯାଇଥିଲା। ପୁଲିସ ବି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।