ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୬ ଆହତ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥର ଆନନ୍ଦପୁର ପାଖ ବୀରଗୋବିନ୍ଦପୁର ନିକଟରେ ଆଜି ରାତି ପ୍ରାୟ ୧୧ଟା ବେଳେ ଏକ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଦ୍ବୟ ହେଲେ ମହେଶ ପଣ୍ଡିତ ଏବଂ ମୋତି ସିଂହ। ସେହିପରି ଆହତଙ୍କ ମଧ୍ୟରେ ଦେବୀ ସିଂହ, ମାକନ ସିଂହ, ସୁରଜ ସିଂହ, ରୋହିତ ସିଂହ ଓ ଅନ୍ୟ ଦୁଇଜଣ ଅଛନ୍ତି ପ୍ରାପ୍ତ ସୂଚନା ଅନୁସାରେ, ମଧ୍ୟପ୍ରଦେଶର କିଛି ତୀର୍ଥଯାତ୍ରୀ ଏକ ଟ୍ରାଭେଲର ଗାଡ଼ିରେ ପୁରୀରୁ ତୀର୍ଥଯାତ୍ରା ସାରି ଫେରୁଥିଲେ। ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ନିକଟରେ ଗାଡ଼ିଟି ରାସ୍ତାରେ ଅଟକିଥିବା ଏକ ଟ୍ରକ୍ ପଛରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଆହତଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର