ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଳାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଅଜଣା ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁହୋଇଛି।
ଝାରସୁଗୁଡ଼ା ଜିଲ୍ଳା ଅନ୍ତର୍ଗତ ଲଖନପୁର ବ୍ଲକର ସାଗରପାଲି ଛକରେ ରାତି ୧୨ଟା ପରେ ଏହି ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଛି। ରମଣ ଧରେଇ (୨୭) ଓ ଲଖନ ମହାତୋ(୨୮) ଗତକାଲି ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ (ଓଡି୨୩ଏଚ୍ ୩୭୮୩)ରେ ଝାରସୁଗୁଡ଼ାରୁ କାମ ସାରି ଘରକୁ ଫେରୁଥିଲେ।
image source--news firstସେହି ସମୟରେ ସାଗରପାଲି ଛକରେ ମୋଟର ସାଇକେଲକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Two-People-Dies-on-Road-Accident_Thumbnail.jpg)