ପରିବା ବୋଝେଇ ପିକ୍-ଅପ୍ ଭ୍ୟାନକୁ ପିଟିଲା ଟ୍ରକ୍, ଦୁଇ ଚାଳକ ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ରାତି ପ୍ରାୟ ସାଢ଼େ ଏକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

 ମିଳିଥିବା ସୂଚନା ଅନୁସାରେ, ନେଙ୍କଡ଼ାଘର ନିକଟରେ ଦୁଇଟି ପରିବା ବୋଝେଇ ପିକ୍-ଅପ୍ ଭ୍ୟାନ୍ ଖରାପ ଥିବାରୁ ଛିଡ଼ା ହୋଇଥିଲା। ରାତିରେ ଦୁଇ ଗାଡ଼ିର ଚାଳକ ପିକ୍-ଅପ୍ ଭ୍ୟାନକୁ ସଜାଡ଼ୁଥିଲେ । ସେହି ସମୟରେ ପଛରୁ ଏକ ଲୁହା ବୋଝେଇ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା । ଏହା ଫଳରେ ଘଟଣାସ୍ଥଳରେ ପିକ୍-ଅପ୍ ଭ୍ୟାନର ଦୁଇ ଚାଳକ ମୃତ୍ୟୁବରଣ କରିଥିଲେ।

ଅପରପକ୍ଷରେଏଥିରେ ଜଣେ ଗୁରୁତର ଆହତ ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇଟି ପିକ୍-ଅପ୍ ଭ୍ୟାନ୍ ଯାଜପୁର ଜିଲ୍ଲାର କୁଆଖିଆରୁ ପରିବା ନେଇ ରାଞ୍ଚି ଯାଉଥିବା ଜଣାପଡ଼ିଛି। ତେବେ ଦୁଇ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଘଟଣା ସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର