ପିକଅପ ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ

ଛେଣ୍ଡିପଦା: ୫୫ ନମ୍ବର ଜାତୀୟ ରାଜପଥ ଜରପଡା ଥାନା ସାନ୍ତରାପୁର ଗ୍ରାମ ନିକଟରେ ପିକଅପ ଧକ୍କାରେ ବାଇକରେ ଥିବା ଦୁଇ ଅରୋହୀଙ୍କ ମୃତ୍ୟ ଘଟିଛି। ଆଜି ଅପରାହ୍ନ ସାଢ଼େ ୩ ଟାରେ ଏକ ପଲସର ବାଇକରେ ୪ ଜଣ ବଡକେରା ଆଡୁ ଜରପଡା ଆଡକୁ ଆସୁଥିଲେ।

ବିପରୀତ ଆଡୁ ଆସୁଥିବା ଓଡ଼ି-୧୯-କ୍ୟୁ-୫୦୫୨ ନମ୍ବର ପିକଅପ ବାଇକ କୁ ଧକ୍କା ଦେଇଥିଲା। ଧକ୍କାରେ ଘଟଣାସ୍ଥଳରେ ଦୁଇଜଣ ମୃତ୍ୟୁବରଣ କରିଥିଲେ। ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା

ସମ୍ବନ୍ଧିତ ଖବର