ଦୁର୍ଘଟଣାରେ ଛାତ୍ର ଆହତ

ବାଲିଅନ୍ତା: ପୁରୁଣା ଜଗନ୍ନାଥ ପୂର୍ତ୍ତ ବିଭାଗ ରାସ୍ତାରେ ଆଜି ସକାଳେ ବାଇକ ଧକ୍କାରେ ଜଣେ ହାଇସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ହେଲେ ସ୍ଥାନୀୟ ଗଡ଼କଣ୍ଟୁଣିଆ ଗ୍ରାମର ଅଶୋକ ଭୋଇଙ୍କ ପୁଅ ପପୁନ ଭୋଇ । ସ୍ଥାନୀୟ ଲୋକ ପପୁନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ପପୁନ ଘରକୁ ପଳାଇଥିଲେ ।

ହେଲେ ଦୁର୍ଘଟଣା ଘଟାଇ ବାଇକ ଚାଳକ ଘଟଣାସ୍ଥଳରୁ ଖସିପଳାଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ ପପୁନ ହାଇସ୍କୁଲରେ ପଢ଼ନ୍ତି । ଆଜି ସେ ସ୍କୁଲକୁ ଯାଉଥିବା ରଥିଜେମା ଭଗବତୀ ମନ୍ଦିର ନିକଟରେ ଏକ ବାଲକ ଧକ୍କା ଦେଇ ପଳାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀଙ୍କ ପତ୍ତା ପାଇନଥିଲା ।

ସମ୍ବନ୍ଧିତ ଖବର