ଖଲ୍ଲିକୋଟ/ସୋହେଲା, ୨୩/୧୦(ଇମିସ): ଆଜି ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ଘଟିଥିବା ଦୁଇଟି ପୃଥକ୍ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସାନଘାଟି ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତକ ହେଲେ ୨ କାଠୁରିଆ ପାଣ୍ଡବ ପ୍ରଧାନ(୫୫) ଓ କାଳିଆ ବେହେରା(୪୦)। ଦୁହେଁ କାଠ କାଟି ଯିବା ପାଇଁ ଠିଆ ହୋଇଥିବାବେଳେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ହ୍ୟୁଣ୍ଡାଇ କାର୍ (ଓଡି ୦୭ଆର୍-୧୦୩୦) ଦୁହିଁଙ୍କୁ ଧକ୍କା ଦେଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି, ୫୩ ନମ୍ବର ଜାତୀୟ ରାଜପଥର ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ସୋହେଲା ହାଇସ୍କୁଲ୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ଣରେ ଏକ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ପଦ୍ମପୁର ଥାନା ଥିରୁପାଲି ଗ୍ରାମର ସୁରେନ୍ଦ୍ର ମେହେର (୩୮) ଓ ମେଲଛାମୁଣ୍ଡା ଥାନା ପେଟୁପାଲି ଗ୍ରାମର ଆକାଶ ମେହେର (୧୮)। ଘଟଣା ସ୍ଥଳରେ ହିଁ ଆକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ସୁରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ଦୁର୍ଘଟଣାରେ ୪ ମୃତ
/sambad/media/post_attachments/wp-content/uploads/2018/10/dead-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)