କଳିଙ୍ଗ ଘାଟିରେ ଦୁର୍ଘଟଣା, ଘରୋଇ ବସ୍ ସହ ମାଲ୍ ବୋଝେଇ ଟ୍ରକର ଧକ୍କା ଯୋଗୁଁ ଉଭୟ ଗାଡ଼ିର ଚାଳକ ସମେତ ୫ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଖୁଦ ବୋଝେଇ ଟ୍ରକ ସହ ଘରୋଇ ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେଦୁର୍ଘଟଣା ଘଟିଥିଲା। ଟ୍ରକଟି ଘାଟି ତଳକୁ ଖସୁ ଥିବା ବେଳେ ଏକ ବୁଲାଣିରେ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ଵକୁ ଓଲଟି ପଡ଼ିଥିଲା

ଏହି ସମୟରେ ଘାଟି ଉପରକୁ ଚଢ଼ୁଥିବ ବସ୍ ଟ୍ରକ୍ ସହ ଧକ୍କା ହୋଇଥିଲା। ଏହା ଫଳରେ ଉଭୟ ଗାଡ଼ିର ଚାଳକ ସମେତ ବସ୍ କଣ୍ଡକ୍ଟର, ହେଲ୍ପର ଓ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ସମସ୍ତ ଆହତମାନଙ୍କୁ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କରାଯାଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତ ମାନେ ହେଲେ ଟ୍ରକ ଚାଳକ ତାରାକାନ୍ତ ଗିରି (୩୬), ବସ୍ ଚାଳକ ମୁକୁନ୍ଦ ଭୈଶଲ୍ (୪୮), କଣ୍ଡକ୍ଟର ଯଦୁମଣି ମାର (୩୦), ହେଲପର୍ ଅଶୋକ ରଣା(୩୫) ଓ ହିଞ୍ଜିଳିକାଟୁ କଙ୍କୋରଡ଼ା ଗ୍ରାମର ଆନନ୍ଦ ଦଳେଇ (୧୫)। ଆନନ୍ଦ ହିଞ୍ଜିଳିକାଟୁଠାରୁ ବଲାଙ୍ଗୀର ନିଜ ସମ୍ପର୍କୀୟ ଘରକୁ ଯାଉଥିବା ଜଣାପଡ଼ିଛି। ଟ୍ରକଟି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ଠାରୁ ଖୁଦ ବୋଝେଇ କରି ଦିଗପହଣ୍ଡି ଆସୁଥିବା ବେଳେ ବସ୍ ଟି ବ୍ରହ୍ମପୁରରୁ ପ୍ରାୟ ୫୦ଜଣ ଯାତ୍ରୀଙ୍କୁ ନେଇ ବଲାଙ୍ଗୀରର ହରିଶଙ୍କର ଯାଉଥିବା ଜଣାପଡ଼ିଛି।

 

 

ସମ୍ବନ୍ଧିତ ଖବର