ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ପୁଟୁରୀଖମନ ନିକଟରେ କାର୍ -ଅଟୋ ମୁଁହାମୁହିଁ ଧକ୍କା ହୋଇଛି l ଏହାଫଳରେ ଅଟୋରେ ବସିଥିବା ପାଞ୍ଚଜଣ ଯାତ୍ରୀ ଗୁରୁତର ଓ ଦୁଇ ଯାତ୍ରୀ ଆହତ ହୋଇଛନ୍ତି l ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛିl
ଗୁରୁତର ଆହତ ଯାତ୍ରୀମାନେ ହେଲେ ମୋହନ ଓରାମ, ରଙ୍ଗବତୀ ବଡାଇକ, ଗୁଡ଼ିଆ ବଡାଇକ, ଗୋପି ଲାଖୁଆ ଏବଂ ଜିତେନ୍ଦ୍ର ଲାଖୁଆ l ଅନ୍ୟ ମାନଙ୍କ ପରିଚୟ ମିଳି ନାହିଁ l କାର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି l କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/acc-3.jpg)