ସମ୍ବଲପୁର: ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକର ମୃତ୍ୟୁକୁ ନେଇ ସମ୍ବଲପୁର ସହରରେ ଉତ୍ତେଜନା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ୍ ଛକ ନିକଟରେ ସାହୁ କଲୋନିର ୮ ବର୍ଷର ନାବାଳକ ସାହିଲ କୁମାର ନିଜ କକାଙ୍କ ସହ ଠିଆ ହୋଇଥିଲେ। ଏହି ସମୟରେ ଏକ ଜିପ୍  ସାହିଲଙ୍କୁ ଧକ୍କା ଦେଇଥିଲା।

Advertisment

publive-image

ଏଥିରେ ଗୁରୁତର ଆହତ ହୋଇଥିଲେ ସାହିଲ କୁମାର। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

publive-image

ଏହି ଖବର ପାଇ ସାହୁ କଲୋନିର ଲୋକେ ମୃତକର ପରିବାରକୁ କ୍ଷତିପୂରଣ ଦାବିରେ  ଟାଉନ୍ ଥାନା ଘେରାଉ କରିଥିଲେ। ଏବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଏଣେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଅଇଁଠାପାଲିର ସୁଶାନ୍ତ ଆଚାର୍ଯ୍ୟଙ୍କର ବୋଲି ଜଣାଯାଇଛି।