ଆନନ୍ଦପୁର: ଗୋଡ଼ଭଙ୍ଗା ଘାଟିରୁ ଏକ ଘରୋଇ ବସ୍  ତଳକୁ ଖସିବା ଫଳରେ ୨୫ରୁ ଅଧିକ ଯାତ୍ରୀ ଆହତ ହେବା ସହ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ମା ତାରିଣୀ ବସ୍ ଗୋଡ଼ଭଙ୍ଗା ଘାଟିରୁ ଓଲଟିଥିଲା। ବସଟି ୩୦ ଫୁଟ ତଳକୁ ଖସିଥିଲା।

Advertisment

publive-image

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ମହଲଡ଼ିହା ଥାନା ଅନ୍ତର୍ଗତ ଆନନ୍ଦପୁର ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ଓଲଟିଥିଲା ଘରୋଇ ମା ତାରିଣୀ ବସ୍। ଏହି ବସ୍ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାର ସୂଚନା ରହିଛି। ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ବସଟି ୩୦ ଫୁଟ ତଳକୁ ଖସି ପଡ଼ିବାରୁ ଏଥିରେ ଥିବା ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୮ ଗୁରୁତର ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟମାନଙ୍କୁ ଉଦ୍ଧାର କରିବା ସହ ଆହତ ଓ ଗୁରୁତର ବ୍ୟକ୍ତିମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।