ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

ଅନୁଗୁଳ: ଗତକାଲି ରାତିରେ ଅନୁଗୁଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି। ମୃତ ବାଇକ୍ ଆରୋହୀଙ୍କ ନାମ ଆଲୋକ ସିଂହ ବୋଲି ଜଣାଯାଇଛି। ଓଡ଼ି-୩୫-ବି-୩୧୩୨ ନମ୍ବର ଥିବା ଏକ ଟ୍ରକ୍ ତାଳଚେରରୁ ମହିତଇଳା ଦେଇ ଜିନ୍ଦଲ କମ୍ପାନିକୁ ଯାଉଥିଲା। ମହିତଇଳା ଛକରେ ଉକ୍ତ ଟ୍ରକ୍ ସହ ଓଡ଼ି-୨୧-ଇ-୬୪୨୭ ନମ୍ବର ଥିବା ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା l ଏହାଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ଆଲୋକ ସିଂହଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘର ନିକଟସ୍ଥ ବେଣାଗାଡ଼ିଆ ଗାଆଁରେ ବୋଲି ଜଣାଯାଇଛି। ଆଲୋକ ସିଂହ ଜିନ୍ଦଲ କମ୍ପାନିରେ ଚାକିରି କରନ୍ତି। ସେ ଗତକାଲି ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ l ଅପରପକ୍ଷରେ ତାଙ୍କ ସହ ବାଇକରେ ଯାଉଥିବା ଶୁଭ୍ରାଂଶୁ ଜେନା ଗୁରୁତର ଭାବେ ଆହତ ହୋଇଥିଲେ।  ଖବର ପାଇ ଅନୁଗୁଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ୍ ଜବତ କରିଥିଲା।
ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଗତକାଲିଠାରୁ ରାସ୍ତାରୋକ କରିଛନ୍ତି l ପୁଲିସ୍ ବୁଝାସୁଝା କରିବା ପରେ ମଧ୍ୟ ରାସ୍ତାରୋକ କାଲିଠାରୁ ଚାଲୁ ରହିଛି l

ସମ୍ବନ୍ଧିତ ଖବର