ବାହାନଗା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭରଙ୍କ ମୃତ୍ୟୁ ଓ ହେଲପର ଗୁରୁତର

ବାଲେଶ୍ୱର: ବାଲେଶ୍ୱର  ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି।  ଭୋର୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ଛିଡ଼ା ହୋଇଥିବା ଶାଗୁ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ। ଫଳରେ ଘଟଣା ସ୍ଥଳରେ ବାଲି ବୋଝେଇ ଟ୍ରକର ଡ୍ରାଇଭର ଅଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ସଞ୍ଜୟ ଧଡ଼ା ଗୁରୁତର ଅବସ୍ଥାରେ ସୋର ଡାକ୍ତରଖନା ଚିକିତ୍ସିତ ହେଉଛନ୍ତି। ଉଭୟଙ୍କ ଘର ବାସୁଦେବପୁର ଚୁଡାମଣି ଅଞ୍ଚଳରେ ଜଣାପଡ଼ିଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଖନ୍ତାପଡ଼ା ପୁଲିସ ପହଞ୍ଚି ଚାପି ହୋଇଥିବା ଡ୍ରାଇଭରକୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ଗାଡ଼ିଟିକୁ ରାସ୍ତାରୁ ସାଇଡ୍ କରିଦେ ଥିବା ବେଳେ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତହସିଲ କର୍ମଚାରୀ ପହଞ୍ଚି ୧୦ ହଜାର ଟଙ୍କାର ସହାୟତା ରାଶି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର