ଦୁଇ ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା ଫ୍ଲିପକାର୍ଟର ପାର୍ସଲ ଭ୍ୟାନ୍: ନାବାଳକ ମୃତ, ସାଙ୍ଗ ଗୁରୁତର

ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପସା ରାସ୍ତାର ମହୁରୀ ଛକର ଅନତି ଦୂରରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ମୁତାବକ ଦୁଇ ସାଙ୍ଗ ସାଇକେଲ ଯୋଗେ ରୁପସାପଟରୁ ନିଜ ଗ୍ରାମ ଦଲଦଲିକୁ ଯାଉଥିଲେ। ସେହି ସମୟରେ ପଛ ପଟରୁ ଆସୁଥିବା ଫ୍ଲିପ-କାର୍ଟର ଏକ ପାର୍ସଲ ବୋଝେଇ ମିନିଟ୍ରକ ଉଭୟଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ୧୫ବର୍ଷର ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ନାବାଳକ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି।

ମୃତକ ଜଣକ ହେଲେ ଦଲଦଲି ଗ୍ରାମର କାହ୍ନୁ ସିଂଙ୍କ ୧୬ ବର୍ଷିୟ ପୁଅ ଦେବାଶିଷ ଓ ଗୁରୁତର ନାବାଳକ ଜଣକ ସେହି ଗ୍ରାମର ମଦନ ସିଂଙ୍କ ପୁଅ ନାଥ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଓ ସାଇକେଲକୁ ଜବତ କରିଥିବା ବେଳେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଥାନା ଅଧିକାରୀ ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର