ବାଲେଶ୍ୱର: ଶନିବାର ସକାଳେ ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ନିଧିପଣ୍ଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଫଳରେ କାରରେ ଥିବା ୩ ଜଣ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଏମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାଯାଇଛି।
ସେମାନେ ରୁପ୍ସା ଅଞ୍ଚଳର ପରେଶ ପ୍ରଧାନ, ତାଙ୍କ ପୁଅ ଓ ମାଆ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ସେମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ଅଣାଯାଇଛି।
/sambad/media/post_attachments/wp-content/uploads/2020/01/car5.jpg)
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ହସ୍ପିଟାଲରେ ଶ୍ରୀ ପ୍ରଧାନଙ୍କ ଶାଶୂ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁବରଣ କରିଥିଲେ। ଆଜି ପରେଶ ପ୍ରଧାନ ବେଳେ ତାଙ୍କର ଶବଦାହ କରାଯିବା ପାଇଁ ଆଜି ସକାଳୁ ରୁପ୍ସା ଅଣାଯାଉଥିଲା। ତେବେ ଆଗରେ ଅନ୍ୟ ଏକ ଗାଡ଼ିରେ ଶବ ଯାଉଥିବାବେଳେ ପଛରେ ଯାଉଥିବା ଜ୍ବାଇଁ ପରେଶଙ୍କ ଗାଡ଼ି ରାସ୍ତାକଡ଼ରେ ଥିବା ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/car.jpg)